. *ରକ୍ଷା ବନ୍ଧନର ଶାସ୍ତ୍ରୀୟ ପୃଷ୍ଠଭୂମି* *===================* ଶ୍ରାବଣପୂର୍ଣ୍ଣିମା ଏକ ଅତ୍ୟନ୍ତପବିତ୍ର ଦିବସ l ଏହା ହଳାୟୁଧ, ଭଗବାନ ଶ୍ରୀବଳଦେବଙ୍କ ଜନ୍ମ ଦିନ l ଏହି ପୂର୍ଣ୍ଣିମା ଗହ୍ମାପୂର୍ଣ୍ଣିମା,ଝୁଲଣ ପୂର୍ଣ୍ଣିମା,ରାକ୍ଷୀ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ l ଅନ୍ୟ ଉତ୍ସବ ମାନଙ୍କସହ ଏହା ଯେଉଁଥିପାଇଁ ସର୍ବ ଭାରତୀୟ ଉତ୍ସବ ଭାବେ ପରିଚିତ ତାହା ହେଉଛି ଭଉଣୀ, ଭାଈଙ୍କ ମଧ୍ୟରେ ପବିତ୍ର ସମ୍ପର୍କର ବନ୍ଧନ, ରାକ୍ଷା ବନ୍ଧନ l ଏହି ପବିତ୍ର ପର୍ବର ଏକ ବଳିଷ୍ଠ ସମୃଦ୍ଧ ପରମ୍ପରା ଓ ପୃଷ୍ଠଭୂମି ରହିଛି l ଶାସ୍ତ୍ରରେ ଉଲ୍ଲେଖ ଅଛି,"ନାସ୍ତି ଗଙ୍ଗା ସମଂ ନାସ୍ତି ସ୍ୱସ୍ତା ସମା ମାନ୍ୟା"l ଅର୍ଥାତ ଭଉଣୀଠାରୁ ଅଧିକ ସମ୍ମାନନୀୟା ଓ ସ୍ନେହଶୀଳା ଆଉ କେହି ନାହିଁ l ରାକ୍ଷା ବନ୍ଧନରେ ଭଉଣୀକୁ ରକ୍ଷା କରିବାକୁ ଭାଈ ଶପଥ ନେଇଥାଏ l ଏ ସମ୍ବନ୍ଧରେ ପୌରାଣିକ ଓ ଐତିହାସିକ ତଥ୍ୟ ବହୁ ରୋଚକ ଯାହା ନିମ୍ନରେ ପ୍ରଦତ୍ତ ହେଲା l 1. ପାଣ୍ଡଵ ଜନନୀ ମାତା କୁନ୍ତୀ ପ୍ରଭୁ ଶ୍ରୀକୃଷ୍ଣଙ୍କ ହାତରେ ରାକ୍ଷୀ ବାନ୍ଧି ନିଜ ପୁତ୍ରମାନଙ୍କୁ କୌରବ ମାନଙ୍କ ଅତ୍ୟାଚାରରୁ ରକ୍ଷା କରିବାପାଇଁ ପ୍ରାର୍ଥନା କରିଥିଲେ l 2. ଦ୍ୱାପରଯୁଗରେ କଂସ ଶ୍ରୀକୃଷ୍ଣଙ୍କ ବିନାଶ ପାଇଁ ବହୁ ରାକ୍ଷସଙ୍କୁ ପ୍ରେରଣ କରୁଥିଲା l ଗୋପାଙ୍ଗନା ମାନେ ତାଙ୍କର ପ୍ରାଣର କାହ୍ନାଙ୍କୁ ରାକ୍ଷସ ମାନଙ୍କ କବଳରୁ ରକ୍ଷା ପାଇଁ ତାଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କର ଶୁଭ ମନାସି ଥିଲେ l 3. ରାଜପୁତ ରମଣୀମାନେ ନିଜ ସତୀତ୍ୱ ବଜାୟ ରଖିବାପାଇଁ ମୁସଲମାନ ରାଜା ମାନଙ୍କ ହାତରେ ରାକ୍ଷୀ ବାନ୍ଧୁଥିଲେ l ମୋଗଲ ସମ୍ରାଟ ଆକବର ରାକ୍ଷାବନ୍ଧନ ଉତ୍ସବକୁ ବହୁ ସମ୍ମାନ ଦେଉଥିଲେ l ରାକ୍ଷାବନ୍ଧନପର୍ବ ବିଷୟରେ ପୁରାଣରେ ଦୁଇଟି ବଳିଷ୍ଠ ଉପାଖ୍ୟାନ ରହିଛି l ବିଷ୍ଣୁ ପୁରାଣ ଅନୁସାରେ ସତ୍ୟ ଯୁଗରେ ଦୈତ୍ୟ ରାଜ ବଳିର ଗର୍ବଗଞ୍ଜନ ପାଇଁ ଭଗବାନ ବାମନ ଅବତାର ଗ୍ରହଣ କରିଥିଲେ l ତିନିପାଦ ଭୂମିଦାନ ଦେଇ ବଳି ଭଗବାନଙ୍କୁ ନିଜର ସର୍ବସ୍ବ ସମର୍ପଣ କରି ଅତି ଦୀନ ହୋଇ ଯାଇ ଥିଲେ l ଭଗବାନ ବଳିର ଏତାଦୃଶ ସମର୍ପଣ ଓ ବଚନ ବଦ୍ଧତାରେ ପ୍ରୀତ ହୋଇ କହିଥିଲେ ବଳି ମୁଁ ତୁମ ପାଖରେ ଋଣୀ ହୋଇଗଲି ଏଣୁ ମୁଁ ତୁମକୁ ଗୋଟିଏ ଦିବ୍ୟ ପୁର ଦେବି ଯେଉଁଠାରେ ତୁମେ ଆନନ୍ଦରେ ବାସ କରିବ l ଏହାପରେ ଭଗବାନ ବଳି ଶିରରେ ପାଦ ରଖି ତାକୁ ପାତାଳକୁ ଚାପିଦେଲେ l ଅତଳ,ବିତଳ ସୁତଳ,ତଳାତଳ,ମହାତଳ, ରସାତଳ, ପାତାଳ ଆଦି ସପ୍ତପାତାଳ ମଧ୍ୟରୁ ଉତ୍ତମ ସୁତଳ ବଳିଙ୍କର ବାସସ୍ଥାନ ହେଲା l ବଳିଙ୍କ ଅନୁରୋଧରେ ମଙ୍ଗଳ ମୟ ଭଗବାନ ବଳି ପୁରରେ ଦ୍ୱାର ପାଳ ହେଲେ ଓ ସୁଦର୍ଶନ ସୁରକ୍ଷା ପାଇଁ ନିଯୁକ୍ତ ହେଲେ l ବଳି ବିଷ୍ଣୁଙ୍କ ଆଶୀର୍ବାଦ ପାଇ ପାତାଳରେ ପ୍ରବେଶକରି ଏହାକୁ ସ୍ଵର୍ଗରେ ପରିଣତ କଲେ l ଯେତେବେଳେ ଭଗବାନ ବିଷ୍ଣୁ ପାତାଳ ପୁରୀରେ ବଳି ଦ୍ୱାରରେ ଦ୍ୱାରପାଳ ହୋଇ ରହିଗଲେ,ଲଷ୍ମୀ ବୈକୁଣ୍ଠରେ ବ୍ୟଥିତ ହୋଇ ନାରଦଙ୍କୁ ଶ୍ରୀବିଷ୍ଣୁଙ୍କ ଅବସ୍ଥିତି ବିଷୟରେ ପ୍ରଶ୍ନ କରି ଜାଣିଲେ ଯେ ବିଷ୍ଣୁ ବଳିପୁରରେ ଦ୍ୱାରପାଳ ହୋଇ ରହିଛନ୍ତି l ମାଆ ଲକ୍ଷ୍ମୀ ଯାଇ ବଳି ପୁରରେ ପହଁଚି ମହାରାଜ ବଳି ହାତରେ ରାକ୍ଷୀ ପିନ୍ଧାଇ ଭାଈର ସମ୍ପର୍କ ସ୍ଥାପନ କଲେ ଓ ବଳିଠାରୁ ବିଷ୍ଣୁଙ୍କୁ ଉଦ୍ଧାର କରି ବୈକୁଣ୍ଠ ଫେରାଇ ଆଣିଲେ l ଏହିଠାରୁ ହିଁ ରାକ୍ଷା ବନ୍ଧନ ପର୍ବର ଉତ୍ପତ୍ତି l ଏଣୁ ରକ୍ଷାବନ୍ଧନ ମନ୍ତ୍ରରେ ପାଠ କରାଯାଏ :- ୟେନ ବଧୋ ବଳିରାଜା ଦାନବେନ୍ଦ୍ର ମହାବଲଃ ତେନ ତ୍ୱାମନୁବଂଧାମୀ ରକ୍ଷେ ମାଚଳ ମାଚଳ l ଦ୍ୱିତୀୟ ଉପାଖ୍ୟାନଟି ଶ୍ରୀମଦ ଭାଗବତ ଏବଂ ମହାଭାରତରେ ଦେଖାଯାଇଥାଏ l ବିଦର୍ଭରାଜଙ୍କ କନ୍ୟା ଥିଲେ ଲକ୍ଷ୍ମୀ ସ୍ୱରୂପା ରୁକ୍ମିଣୀ l ସେ ଥିଲେ ଦ୍ୱାରକାଧିଶ ଶ୍ରୀକୃଷ୍ଣଙ୍କୁ ସମ୍ପୂର୍ଣ୍ଣ ରୂପେ ସମର୍ପିତା l ସେ ଦ୍ୱାରକାଧିଶଙ୍କୁ ବିବାହ କରିବାକୁ ଚାହୁଁଥିଲା ବେଳେ କୃଷ୍ଣ ଦ୍ରୋହି ତାଙ୍କଭାଈ ରୁକ୍ମି ଚେଦିରାଜ ଶିଶୁପାଳଙ୍କ ସହ ତାଙ୍କର ବିବାହ ଦେବାକୁ ସମସ୍ତ ଆୟୋଜନ କରିଥିଲା l ଘଟଣା କ୍ରମେ ରୁକ୍ମିଣୀଙ୍କୁ ଶ୍ରୀକୃଷ୍ଣ ହରଣ କରି ନେଇ ବିବାହ କରିଥିଲେ l ଶିଶୁପାଳ ବର ବେଶରେ ଆସି ନିରାଶ ହୋଇ ଫେରିଥିଲା l ଏଥିରେ ଶିଶୁପାଳ ନିଜକୁ ବହୁତ ଅପମାନିତ ବୋଧ କରି ଥିଲା l ସେ ଶ୍ରୀକୃଷ୍ଣଙ୍କ ଉପରେ ଏହାର ପ୍ରତିଶୋଧ ନେବା ପ୍ରତିଜ୍ଞା କରି ଥିଲା l ସୁଯୋଗ ଉଣ୍ଡି ବିଭିନ୍ନ ସମୟରେ କୃଷ୍ଣଙ୍କୁ ସେ ଅପମାନିତ କରୁଥିଲା l ପ୍ରକୃତରେ ଶିଶୁପାଳ ଥିଲା ଶ୍ରୀକୃଷ୍ଣଙ୍କର ପିଉସୀପୁଅ ଭାଈ l ସେ ତାକୁ କହି ଦେଇଥିଲେ ତା'ର ଶହେ ଗୋଟି ଅପରାଧ କ୍ଷମା କରି ଦେବେ କିନ୍ତୁ ଯେଉଁ ଦିନ ଏହା ଶହେ ଅତିକ୍ରମ କରିବ ସେଦିନ ତାର ଅନ୍ତ ହେବ l ହସ୍ତିନାରେ ଧର୍ମରାଜ ଯୁଧିଷ୍ଠିର ରାଜସୂୟ ଯଜ୍ଞ କରୁଥାନ୍ତି l ଆର୍ଯ୍ୟାବର୍ତ୍ତର ଅନ୍ୟାନ୍ୟ ରାଜାମାନଙ୍କ ସହ ଶିଶୁପାଳ ସେଠାକୁ ଆମନ୍ତ୍ରିତ ହୋଇ ଆସି ଥାଏ l ଶ୍ରୀକୃଷ୍ଣ ରାଜସୂୟ ଯଜ୍ଞରେ ଥାଆନ୍ତି ମୁଖ୍ୟ ପୁରୋଧା l ଶିଶୁପାଳ ସେଠାରେ ପହଞ୍ଚି କୃଷ୍ଣଙ୍କୁ ସମସ୍ତଙ୍କ ସମ୍ମୁଖରେ ଖୁବ ଭର୍ତ୍ସନା କଲା l ଅର୍ଜୁନ ଏବଂ ଭୀମ ଶିଶୁପାଳକୁ ମାରିବା ପାଇଁ ଉଦ୍ୟତ ହେଉଥିଲା ବେଳେ ତାଙ୍କୁ ଶ୍ରୀକୃଷ୍ଣ କ୍ଷାନ୍ତ କଲେ l ସେତେବେଳେ ଶିଶୁପାଳର ଅନ୍ତଃ ସମୟ ଆସି ଯାଇଥିଲା l ଶ୍ରୀକୃଷ୍ଣ ତାଙ୍କର ସୁଦର୍ଶନ ଚକ୍ରକୁ ଶିଶୁପାଳ ଆଡ଼େ ତୀବ୍ର ବେଗରେ ପ୍ରେରଣ କରି ତାର ଶିରଛେଦ କଲେ l ଚକ୍ର ପ୍ରେରଣ କରିଲା ବେଳେ ସୁଦର୍ଶନଙ୍କ ଦାଢ଼ ବାଜି ତାଙ୍କର ଗୋଟିଏ ଆଙ୍ଗୁଳି କଟି ଯାଇ ରକ୍ତ ଵୋହିବାକୁ ଲାଗିଲା l ସମସ୍ତେ ବ୍ୟସ୍ତ ହୋଇପଡ଼ିଲେ l ପାଞ୍ଚାଳ ନନ୍ଦିନୀ ଦ୍ରୌପଦୀ ତୁରନ୍ତ ନିଜ ଅଞ୍ଚଳରୁ ଖଣ୍ଡେ କନା ଚିରି ସଖା ଶ୍ରୀକୃଷ୍ଣଙ୍କ କ୍ଷତରେ ବାନ୍ଧି ଦେଇ ଥିଲେ l ଶ୍ରୀକୃଷ୍ଣ ଏହି ଠାରେ ଦ୍ରୌପଦୀଙ୍କୁ କହିଥିଲେ, "କୃଷ୍ଣା ମୁଁ ତୁମ ପାଖରେ ୠଣୀ ରହିଲି l ଏ ଋଣ ମୁଁ ଯଥା ସମୟରେ ପରିଶୋଧ କରିବି "l ସେହି ଯଥା ସମୟ ଆସିଥିଲା ଦ୍ରୌପଦୀଙ୍କ ବସ୍ତ୍ରହରଣ ସମୟରେ l ସେ ଶ୍ରୀକୃଷ୍ଣଙ୍କୁ ତାଙ୍କର ଲାଜରଖିବା ପାଇଁ ଆକୁଳ ନିବେଦନ କରିଥିଲେ ଆଉ ଶ୍ରୀକୃଷ୍ଣ ଶୂନ୍ୟରୁ କୋଟିବସ୍ତ୍ର ବଢ଼ାଇ ଦେଇ ଥିଲେ l ଶ୍ରୀକୃଷ୍ଣ ଦ୍ରୌପଦୀଙ୍କ ମଧ୍ୟରେ ସମ୍ପର୍କ ଥିଲା ଭାଇ ଭଉଣୀର l ପରସ୍ପରକୁ ସେମାନେ ସଖା ଓ ସଖି ବୋଲି ଡାକୁଥିଲେ l ଶ୍ରୀକୃଷ୍ଣଙ୍କ କାଣି ଅଙ୍ଗୁଳିରେ ସେ ଦିନ ଦ୍ରୌପଦୀ କାନିରୁ ଯେଇଁ କନା ଖଣ୍ଡକ ବାନ୍ଧିଥିଲେ ତାହା ଥିଲା ଭାଈ ଭଉଣୀଙ୍କ ଅତୁଟ ବନ୍ଧନର ନିଦର୍ଶନ l ଓଁ ଶ୍ରୀକୃଷ୍ଣାୟା ନମଃ 🙏🙏🙏 . *ଶ୍ରୀଜଗନ୍ନାଥଙ୍କ ରାକ୍ଷୀ ଭଉଣୀ* *================* ବହୁ ଦିନ ତଳର କଥା l ଶ୍ରୀକ୍ଷେତ୍ର ଯିବା ପଥରେ ଗ୍ରାମଟିଏ ପଡ଼େ ପାଟପୁର l ସେହି ଗ୍ରାମରେ ବାସ କରୁଥିଲେ,ଏକ ଅତ୍ୟନ୍ତ ଗରିବ ପରିବାର l ପତି, ପତ୍ନୀ,ପୁଅ ଓ ଗୋଟିଏ ଝିଅକୁ ନେଇ ପରିବାରଟି ଅତି କଷ୍ଟରେ ଦିନ ବିତାଉଥିଲେ l ଝିଅଟିର ନାମ ମାଳତୀ l ଗୃହ ସ୍ୱାମୀ ଜଣକ ମୁଲ ଲାଗି ଯେତିକି କମାନ୍ତି ସେଇଥିରେ ପରିବାରର ଗୁଜୁରାଣ ମେଣ୍ଟି ଥାଏ l ଅଭାବୀ ସଂସାରରେ କେଉଁ ଦିନ ଥାଏ ତ କେଉଁଦିନ ପୁଣି ନଥାଏ l ହେଲେ ଏତିକି ସୁଖ ମଧ୍ୟ ବିଧାତା ସହିଲା ନାହିଁ l ଦିନେ ସଞ୍ଜବେଳେ ଗୃହସ୍ୱାମୀ ମୂଲ ଲାଗି ଘରକୁ ଫେରୁଛନ୍ତି କୁଆଡ଼ୁ ଗୋଟେ ନାଗସର୍ପ ଆସି ତାଙ୍କ ଗୋଡ଼କୁ କାମୁଡ଼ିଦେଲା l ସେ ଘରେ ଆସି ପହଞ୍ଚୁ ପହଞ୍ଚୁ ଉତ୍କଟ ବିଷ ଜ୍ୱାଳାରେ ତାଙ୍କର ପ୍ରାଣବାୟୁ ଉଡ଼ିଗଲା l ପୋଷଣାହାରୀ ସ୍ୱାମୀ ଚାଲି ଗଲା !! ସ୍ତ୍ରୀ ଲୋକଟି କରେ କଅଣ, ନିଜେ ଅଣ୍ଟା ଭିଡ଼ିଲା, ବାର ପାଇଟି କରି ପରିବାର ପୋଷଣ ପାଇଁ l ଘରେ ମାତ୍ର ପାଞ୍ଚବର୍ଷର ପୁଅ ଓ ତିନିବର୍ଷର ଝିଅ, କଷ୍ଟେ ମଷ୍ଟେ ଅଭାବୀ ସଂସାରଟା କୌଣସି ମତେ ଚଳି ଯାଏ l କିନ୍ତୁ ବିଧାତା ପୁଣି ବାମ ହେଲା l ଏ ସୁଖ ମଧ୍ୟ ତାଙ୍କର ଆଉ ବେଶିଦିନ ରହିଲା ନାହିଁ l ପୁଅଟି ହଠାତ୍ ଦିନେ ଦନ୍ତାଘାତରେ ଆର ପାରିକୁ ଚାଲିଗଲା l ପୁଅକୁ ହରାଇ ମାଆ ଜଣକ ଦାରୁଣ ଦୁଃଖରେ ଭାଙ୍ଗିପଡ଼ିଲେ l ଭୋକେ ଉପାସେ ଦିନ ବିତି ଚାଲିଲା l କିଛି ଦିନ ପରେ ଆସିଲା ଭାଇ ଭଉଣୀଙ୍କ ଅତୁଟ ସ୍ନେହବନ୍ଧନର ପର୍ବ ରକ୍ଷାବନ୍ଧନ, ରାକ୍ଷୀ ପୂର୍ଣ୍ଣିମା l ମାଳତୀର ସାଙ୍ଗ ସାଥୀ ମାନେ ରାକ୍ଷୀ କିଣୁ ଥାନ୍ତି ଦେଖି, ମାଳତୀ ଯାଇ ମାଆ ପାଖରେ ଅଳିକଲା, ମାଆ ମୋତେ ବି ପଇସା ଦେ ମୁଁ ରାକ୍ଷୀ କିଣିବି l ଝିଅର ଅଳି ଦେଖି ମାଆ ମଇଳା ଲୁଗା କାନିରେ ବନ୍ଧା ହୋଇଥିବା ଦଶ ପଇସିଟିଏ ଖୋଲି ଝିଅକୁ ଧରାଇ ଦେଲେ l ପରଦିନ ମାଳତୀ ରାକ୍ଷୀ କିଣିବାକୁ ବଜାର ଯାଇ ଜାଣିବାକୁ ପାଇଲା ଯେ ଏ ରାକ୍ଷୀ, ଭାଇ ମାନଙ୍କ ହାତରେ ଭଉଣୀ ମାନେ ବାନ୍ଧନ୍ତି l ଭଉଣୀମାନେ ନିଜର ରକ୍ଷା କବଚ ଭାଇର ଶୁଭ ମନାସୀ ରାକ୍ଷୀ ବାନ୍ଧନ୍ତି l ପୁଣି ସେ ଲୋକଙ୍କ ପାଖରୁ ଶୁଣିଲା ଏହି ପର୍ବର ସୁନ୍ଦର ସୁନ୍ଦର ପୁରାଣ କାହାଣୀ l ମାଳତୀ ରାକ୍ଷୀ କିଣିଲା ହେଲେ ତା' ମୁଣ୍ଡରେ ଚିନ୍ତା ପଶିଲା ମୋର ଭାଇ କାହିଁ ! କାହାକୁ ନେଇ ମୁଁ ଏ ରାକ୍ଷୀ ବାନ୍ଧିବି ! ଏହିପରି କେତେ କଅଣ !!! ମାଆ ସନ୍ଧ୍ୟାରେ ପାଇଟି ସାରି ଫେରି ଆସିବାରୁ ମାଳତୀ ଯାଇ ମାଆ ପାଖରେ ଜିଗର କଲା, କହ ମୋ ଭାଇ କାହିଁ,ମୁଁ ତା ହାତରେ ରାକ୍ଷୀ ବାନ୍ଧିବି l ମାଆ ଆଖିରୁ ଝରି ପଡ଼ିଲା ଦୁଇବୁନ୍ଦା ଲୁହ l ସେ ଝିଅକୁ ବୁଝାଇବା ପାଇଁ କହିଲେ, ଜଗା ହେଉଛି ତୋ'ର ଭାଇ l ଜଗା ଭାଇ ତୋର ଶ୍ରୀମନ୍ଦିରରେ ରହେ l ତୁ ତାଆରି ହାତରେ ଯାଇ ରାକ୍ଷୀ ବାନ୍ଧ l ପରଦିନ ରାକ୍ଷୀ ପୂର୍ଣ୍ଣିମା l ମାଳତୀ ମାଆ କହିବା ଅନୁସାରେ, ବଡ଼ି ଭୋରରୁ ଉଠି ରାକ୍ଷୀଟିକୁ ଧରି ଚାଲିଲା ଶ୍ରୀମନ୍ଦିରକୁ ଜଗାଭାଇ ହାତରେ ବାନ୍ଧିବ ବୋଲି l ବାଟ ପଚାରି ପଚାରି କୁନି ଝିଅ ମାଳତୀ ଯାଇ, ଶ୍ରୀମନ୍ଦିରରେ ପହଞ୍ଚିଲା l ନିର୍ବୋଧ ଶିଶୁଟି ପଣ୍ଡା ପଢ଼ିଆରୀ ସମସ୍ତଙ୍କୁ ପଚାରିଲା, ମୋ ଜଗା ଭାଇ କିଏ ଟିକେ ଚିହ୍ନାଇ ଦିଅ l ମୁଁ ତା' ହାତରେ ରାକ୍ଷୀ ବାନ୍ଧିବି l ସିଏ ଏହି ଶ୍ରୀମନ୍ଦିରରେ ରହେ l କୁନିପିଲାଟି କଥାକୁ କାହିଁକି ବା କିଏ ଧ୍ୟାନଦେବ l ସେଦିନ ରାତିରେ ଠାକୁରଙ୍କ ପହୁଡ଼ ପଡ଼ିଲା l କାହାରି ଠାରୁ କିଛି ଉତ୍ତର ନପାଇ ମାଳତୀ ମନ ଦୁଃଖରେ ସିଂହ ଦ୍ୱାରର ଗୋଟିଏ କୋଣରେ ମୁହଁ ମାଡ଼ି ହୋଇ ଶୋଇପଡ଼ିଲା l ଆଖିକୁ କୋଉ ନିଦ ଆସୁଛି ଯେ ! ମନ ଭିତରେ ଜଗା ଭାଇ ଆଉ ତା ହାତରେ ରାକ୍ଷୀ ବାନ୍ଧିବା ଚିନ୍ତା l ଭାବଗ୍ରାହୀ ପ୍ରଭୁ ଅବୋଧ ଝିଅଟିର ଭାବକୁ ବୁଝିଲେ l ନିଶାର୍ଦ୍ଧରେ ପ୍ରଭୁ ଆସି ପହଞ୍ଚିଗଲେ ମାଳତୀ ନିକଟରେ l ତା' ମୁଣ୍ଡରେ ହାତ ବୁଲେଇ କହିଲେ,"ମାଳତୀ ଏବେ ଉଠ,ମୁଁ ପରା ତୋ ଜଗା ଭାଇ,ଆ, ଶୀଘ୍ର ରାକ୍ଷୀ ବାନ୍ଧି ଘରକୁ ଯା l ଦିନ ସାରା ଇଆଡ଼େ ଅଛୁ ତୋ ବୋଉ ପରା ତୋତେ ଦିନସାରା ଖୋଜି କାନ୍ଦୁଛି"l ମାଳତୀର ଖୁସି କହିଲେ ନସରେ l "ଜଗା ଭାଇ, ମୋ ଜଗାଭାଇ" କହି ସେ ମହାପ୍ରଭୁଙ୍କ ହାତରେ ରାକ୍ଷୀ ବାନ୍ଧିଦେଲା ଓ କହିଲା,'ଜଗାଇ ମୁଁ ଘରକୁ ଯାଉଛି, ତମେ ଟିକେ ମୋ ସାଙ୍ଗରେ ଆସୁନାହଁ l ରାତି ପାହିନାହିଁ ମୋତେ ଭାରି ଡର ଲାଗୁଛି ପା' l ଜଗାଭାଇ କହିଲା ହଉ ତୁ ଏବେ ଏକାଏକା ଯା l କିଛି ଭୟ କରନାହିଁ l ମୋର ଅନ୍ୟ କାମ ଅଛି ମୁଁ ତୋ ସହିତ ଯାଇ ପାରୁ ନାହିଁ l ତୋତେ ଯେଉଁଠି ଡର ଲାଗିବ ମୋତେ ଡାକିବୁ ମୁଁ ପହଞ୍ଚି ଯିବି l ମାଳତୀ ଖୁସିରେ ଯାଇ ଘରେ ପହଞ୍ଚିବାରୁ ତା'ର ମାଆ ଚିତ୍କାର କରି କହିଲେ, ଆଲୋ ପାଗଳୀ ତୁ କୁଆଡ଼େ ଯାଇଥିଲୁ କି, ମୁଁ ତୋତେ ଖୋଜି ଖୋଜି ହାଲିଆ l ମାଳତୀ ହସିହସି ସବୁକଥା କହିଗଲା l ଆଉ କହିଲା ମୁଁ ମୋ ଜଗାଭାଇ ହାତରେ ରାକ୍ଷୀ ବାନ୍ଧି ଆସିଛି l ମାଆ କହିଲେ,' ଦୂର୍ ପାଗଳୀଟା, କଅଣ ବୋଲି କଅଣ କହିଯାଉଛୁ ତୁ'l ପରଦିନ ସିନ୍ଦୁରା ଫାଟିଲା l ମଣିମା ମଣିମା ଡାକ ଦେଇ ସେବକମାନେ ମହାପ୍ରଭୁଙ୍କ ପହଡ଼ ଫିଟାଇ ଦେଲେ l କିନ୍ତୁ ଏ କଅଣ ! ଆଜି ରାକ୍ଷୀ ପୂର୍ଣ୍ଣିମା l କିନ୍ତୁ, ନୀତି କାନ୍ତି ପୂର୍ବରୁ ମହାପ୍ରଭୁଙ୍କ ଶ୍ରୀଭୁଜରେ ରାକ୍ଷୀ l ଏ ରାକ୍ଷୀ ବାନ୍ଧିଲା କିଏ ! ବାନ୍ଧିଲା କିଏ!! ଖବର ଦିଆଗଲା ଠାକୁର ରାଜାଙ୍କୁ l ରାଜା ସଙ୍ଗେ ସଙ୍ଗେ ଆସି ମନ୍ଦିରରେ ପହଞ୍ଚିଲେ ଓ ସେବାୟତ ମାନଙ୍କୁ ପଚାରିଲେ ପହଡ଼ ପରେ କିଏ ଆସିଥିଲା କାଲି ମନ୍ଦିରକୁ? ସମସ୍ତେ ପରସ୍ପର ଆଡ଼କୁ ଚାହାଁ ଚାହିଁ ହୋଇ କହିଲେ, ଆମେ ଜାଣିନାହୁଁ ! ଆମେ ଜାଣି ନାହୁଁ !!! କିଛି ଉପାୟ ନପାଇ, ଏହାର ରହସ୍ୟ ଜାଣିବାକୁ ଗଜପତି ଅଧିଆ ପଡ଼ିଲେ ମହାପ୍ରଭୁଙ୍କ ପାଖରେ l ସ୍ଵପ୍ନାଦେଶରେ ମହାପ୍ରଭୁ ଜଣାଇଦେଲେ, ରାଜା ! ପାଟପୁର ଗ୍ରାମର ମାଳତୀ ମୋର ଭଉଣୀ, କାଲି ସେ ଆସିଥିଲା, ମୋତେ ରାକ୍ଷୀ ପିନ୍ଧାଇବା ପାଇଁ, ଜଗା ଭାଇ କେଉଁଠି ଅଛି କହି କେତେ ଖୋଜିଲା, ହେଲେ ତମେମାନେ କେହି ମଧ୍ୟ ତା'ର ମୋ ସହ ଦେଖା କରେଇଲ ନାହିଁ l ରାତିରେ ମାଳତୀ ସିଂହ ଦ୍ଵାର ପାଖରେ ଶୋଇଥିଲା, ମୁଁ ଯାଇ ତା' ହାତରୁ ରାକ୍ଷୀ ପିନ୍ଧି ଆସିଛି l ରାଜା ସେବକ ମାନଙ୍କଠାରୁ ପଚାରି ଜାଣିବାକୁପାଇଲେ ଯେ କାଲି ଜଣେ ପାଞ୍ଚ ବର୍ଷର ଝିଅ ଶ୍ରୀମନ୍ଦିର ଭିତରେ ତା ଜଗା ଭାଇକୁ ଖୋଜି ବୁଲୁଥିଲା l ରାଜା ଆଉ କାଳ ବିଳମ୍ବ ନକରି ଯାଇ ପହଞ୍ଚିଲେ ପାଟପୁର ଗ୍ରାମର ମାଳତୀର ଦରିଦ୍ର କୁଡ଼ିଆରେ l ତ୍ରସ୍ତ ମାଳତୀର ମାଆ ରାଜାଙ୍କ ପାଦ ତଳେ ପଡ଼ି କହିଲେ," ମୋର କିଛି ଅପରାଧ ହୋଇ ଯାଇଛି, ମୋତେ କ୍ଷମା କରନ୍ତୁ, ଛାମୁ l ମୋ ଝିଅ ମାଳତୀ ଗତକାଲି ଶ୍ରୀମନ୍ଦିରକୁ ଯାଇଥିଲା,ବୋଧହୁଏ ସେ କିଛି ଅନ୍ୟାୟ, ଅନୀତି କରିଛି "l ରାଜାଙ୍କର ଆଉ ତିଳେମାତ୍ର ସନ୍ଦେହ ରହିଲାନାହିଁ ଯେ ଏହି ମହିଳାଙ୍କ ଝିଅ ମାଳତୀ କାଲି ରାତିରେ ମହାପ୍ରଭୁଙ୍କୁ ଯାଇ ରାକ୍ଷୀ ପିନ୍ଧାଇ ଆସିଛି l ରାଜା ମାଳତୀର ମାଆ ମୁଣ୍ଡ ଉପରେ ହାତ ରଖିଦେଲେ ଓ କହିଲେ,ମାଆ,ସତେ କେଡ଼େ ସୋଭାଗ୍ୟବତୀ ଲୋ ତୁ ! ତୋ' ଝିଅ ମାଳତୀ, କାଲି ମହାପ୍ରଭୁଙ୍କୁ ଯାଇ ରାକ୍ଷୀ ପିନ୍ଧାଇଆସିଛି, ଯୁଗ ଯୁଗଧରି ମୁନୀ ଋଷି ମାନେ ଯାହାଙ୍କ ଦର୍ଶନ ପାଇ ପାରି ନାହାଁନ୍ତି, ତୋ ଝିଅ ତାଙ୍କୁ ସ୍ଵ ହସ୍ତରେ ରାକ୍ଷୀ ବାନ୍ଧିଆସିଛି l ମହାରାଜା ମାଳତୀକୁ ଡାକି କହିଲେ, ଭଉଣୀ ! ତୁ ଆମ କୋଟି ଓଡ଼ିଆର ମଉଡ଼ ମଣି "l ମାଳତୀ ପରିବାରକୁ ମହାରାଜା ଧନ ଧାନ୍ୟ ଦାନ କରି ସେହିଠାରେ ଘୋଷଣା କଲେ,' ଏ ପାଟପୁର ଗ୍ରାମର ନାମ ଏଣିକି 'ମାଳତୀ ପାଟପୁର' ହେବ l ସେହି ପାଟପୁର ଗ୍ରାମ ଅଦ୍ୟାପି ମାଳତୀପାଟପୁର ନାମରେ ବିଦ୍ୟମାନ ହୋଇ ରହିଛି l ଏବେ ସେଠି ଗଢ଼ି ଉଠିଛି ନୂଆ ବସଆଡ୍ଡା ଓ ମାଳତୀପାଟପୁର ରେଳ ଷ୍ଟେସନ l ସେ ଦିନ ଗଜପତି ମହାରାଜାଙ୍କ ମାଳତୀ ପାଟପୁର ନାମ କରଣରେ ଲୋକମାନେ କୁହାକୁହି ହେଉଥିଲେ :- ଧନ୍ୟଲୋ ମାଳତୀ ତୁହି ଜଗାର ଭଉଣୀ l ରାକ୍ଷୀ ପିନ୍ଧାଇଲୁ ନୀଳାଚଳ ନୀଳମଣି ll 🙏 💕🌸💕🌸💕 ସଂଗୃହୀତ

- proud moment for all indian1
- Post by User5115 Susanta Kumar Pattnaik1
- Post by Sandeep Barla1
- ନିଯୁକ୍ତି ମେଳାକୁ ନେଇ କଣ କହିଲେ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର I Nijukti Mela 2025 I @ranjankumardash #boudhnews #ntvodia1
- ଆସିଗଲା ପୁଣି ଭାଇରଲ ଭିଡ଼ିଓ 😱 ଫୁଲ ଭିଡ଼ିଓ ଲିଙ୍କ 👉 https://youtu.be/XYIF6d58NMI1
- उत्तर प्रदेश विधान सभा के शीतकालीन सत्र-2025 से पूर्व पत्रकार बंधुओं से वार्ता #yogiadityanath #UpdateNews #UttarPradesh1
- OMAN AND INDIA RELATIONSHIP1
- Jay Jagannath 🙏1
- Post by Banshidhar Bemal1