Shuru
Apke Nagar Ki App…
Karmabahal suside girl
Amit lakra
Karmabahal suside girl
More news from Sundargarh and nearby areas
- Post by Sandeep Barla1
- ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଓ ଜିଲ୍ଲା ସ୍ତରୀୟ ସୁଶାସନ କର୍ମଶାଳା ଅନୁଷ୍ଠିତ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଜିଲ୍ଲା ସ୍ତରୀୟ ସୁଶାସନ କର୍ମଶାଳା ବିନିକା ପଞ୍ଚାୟତ ସମିତି ଅନ୍ତର୍ଗତ ସିଂଘିଯୁବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୯୭ଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ଗୋଟିଏ ଅଭିଯୋଗ ପତ୍ର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟ ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏଥିରେ ଜିଲ୍ଲାର ପ୍ରାୟ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦାନ କରିଥିଲେ। ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ସୁବର୍ଣ୍ଣପୁର ଜିଲ୍ଲାର ସୁଶାସନ ସପ୍ତାହ ୧୯-୨୫ ଡିସେମ୍ବର ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ସୁଶାସନ ସମ୍ପର୍କୀୟ କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ସୁଶାସନ କର୍ମଶାଳାରେ ସୁବର୍ଣ୍ଣପୁର ଜିଲ୍ଲାର ସୁଶାସନ ଉପରେ ଆଲୋଚନା କରାଯାଇଥିଲା।1
- ଭାଇ ଗୁଡେ ହୋଟେଲ କୁ ଯିବା ପାଇଁ ରାସ୍ତା କେତେ ବାଟ ବାଟରେ କଣ ପଡ଼ିବ1
- Mid_Night_Mashup_26_Organize_By_Mehfiil_Restaurant_Full_Details_video_Food_Fun_Masti1
- ପlରିବାରିକ ବିରୋଧର ଭୟଙ୍କର ପରିଣାମ: ନିଆଁରେ ଜଳିଗଲା ସ୍ୱପ୍ନର ଘର, ବାସହରା ହେଲେ ମାଆ ଓ ଶିଶୁ ଉଦଳା (ମୟୁରଭଞ୍ଜ): - ପlରିବାରିକ ବିରୋଧ କେତେ ଭୟଙ୍କର ରୂପ ନେଇପାରେ, ତାହାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଧୀନ ଗୌଡ଼ଗାଁ ନିକଟସ୍ଥ କୁଆଗୁଠଣା ଗ୍ରାମରେ। ବିଳମ୍ବିତ ରାତ୍ରି ସମୟରେ ଘଟିଥିବା ଏକ ଅଗ୍ନିକାଣ୍ଡ ଘଟଣାରେ ନିଆଁରେ ଜଳିପୋଡ଼ି ଗଲା ଏକ ପରିବାରର ସମ୍ପୂର୍ଣ୍ଣ ଆଶ୍ରୟସ୍ଥଳ। ଏହି ଘଟଣା ପରେ ଜଣେ ମାଆ ଓ ତାଙ୍କ ଛୋଟ ଶିଶୁ ସମ୍ପୂର୍ଣ୍ଣ ବାସହୀନ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଶାଶୁଙ୍କ ଦେହାନ୍ତ ପରେ ସ୍ୱାମୀ ଓ ଶ୍ୱଶୁର ଦୀର୍ଘଦିନ ଧରି ଅନ୍ୟତ୍ର ରହୁଥିବା ବେଳେ, ପୀଡ଼ିତା ମହିଳା ତାଙ୍କ ଛୋଟ ଶିଶୁ ସହିତ ଶ୍ୱଶୁର ଘରେ ବସବାସ କରୁଥିଲେ। ଅଭିଯୋଗ ଅନୁଯାୟୀ, ସ୍ୱାମୀ ଓ ଶ୍ୱଶୁର ପକ୍ଷର ଲୋକେ ବାରମ୍ବାର ଘର ଛାଡ଼ିବାକୁ ଚାପ ଦେଉଥିଲେ। ମାରଧର, ଧମକ ଏବଂ ଜୀବନ ନେଇ ଆତଙ୍କ ସୃଷ୍ଟି କରାଯାଉଥିବା ନେଇ ପୂର୍ବରୁ ଥାନାରେ ଅନେକଥର ଅଭିଯୋଗ ମଧ୍ୟ ହୋଇଥିବା ଜଣାପଡ଼ିଛି। ଗତକାଲି ପୀଡ଼ିତା ଓ ତାଙ୍କ ଶିଶୁ ଘରେ ନଥିବା ସୁଯୋଗକୁ ନେଇ, ଶ୍ୱଶୁର ପକ୍ଷର ଲୋକେ ବିଳମ୍ବିତ ରାତ୍ରିରେ ଘରେ ନିଆଁ ଲଗାଇ ଦେଇଥିବା ଗୁରୁତର ଅଭିଯୋଗ ହୋଇଛି। ଏହି ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଆସବାବପତ୍ର, ମୂଲ୍ୟବାନ ସାର୍ଟିଫିକେଟ, ସୁନା ଗହଣା, ନଗଦ ଟଙ୍କା ସହିତ ଧାନ, ଚାଉଳ ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଆଖି ଆଗରେ ସ୍ୱପ୍ନର ଘର ଜଳିପୋଡ଼ିଯିବା ପରେ, ଏବେ ପୀଡ଼ିତା ଓ ତାଙ୍କ ଶିଶୁ ପିନ୍ଧିଥିବା ବସ୍ତ୍ର ଛଡ଼ା ଆଉ କିଛି ନଥିବା ଅବସ୍ଥାରେ ଚରମ ଅନିଶ୍ଚିତତା ଓ ଅସହାୟତାର ସମ୍ମୁଖୀନ। ଘଟଣା ସମ୍ପର୍କରେ ଖବର ପାଇ କପ୍ତିପଦା ପୋଲିସ ଓ ରାଜସ୍ୱ ବିଭାଗର ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୀଡ଼ିତା କପ୍ତିପଦା ଥାନାରେ ଲିଖିତ ଅଭିଯୋଗ ଦାଖଲ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ଆକ୍ରୋଶ ଦେଖାଦେଇଛି। ଦୋଷୀଙ୍କୁ ଶୀଘ୍ର ଗିରଫ କରି କଠୋର ଦଣ୍ଡ ଦେବା ସହ ପୀଡ଼ିତ ପରିବାରକୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଦାବି ଜୋର ଧରିଛି।4
- ସାରା ବିଶ୍ୱ ପରିବେଶ ସୁରକ୍ଷାକୁ ଅଗ୍ରାଧିକାର ଦେଉଥିବା ବେଳେ ହଜାର ହଜାର ଗଛ କାଟି ବାରିପଦାରେ ବସଷ୍ଟାଣ୍ଡ ନିର୍ମାଣ କରିବାର ଜିଦ ପ୍ରଭାବଶାଳୀ ଲୋକଙ୍କୁ ସରକାରୀ ଜାଗା ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ପ୍ରତ୍ୟକ୍ଷ ସହଯୋଗ କରୁଛି ବୋଲି ସ୍ଥାନୀୟ ବାସିନ୍ଦା ଓ ଅଣ ରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ଅଭିଯୋଗ କରାଯାଇଛି...1
- #ଲହରିଲତମ ର ଚାନ୍ଦୀ ନୀ ରାନୀ 🌹🇹🇯♥️💋🌹🇹🇯🇹🇯🇹🇯🇹🇯🇹🇯🌹1
- Post by Rajib Behera1